Книга Ama Samayara Kahani Gourahari Das

Ama Samayara Kahani

Автор: Gourahari Das
Език: Одия
Корици: С меки корици
Издател: BLACK EAGLE BOOKS
Наличност: Външен склад
Изпращаме след 14-21 дни
17.85 34.91 лв
ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲ...

Информация за книгата

Автор
Език
Одия
Корици
Книга - С меки корици
Издадена
2024
страници
306
EAN
9781645605607
ISBN
1645605604
Enbook ID
46264254
Издател
Теглоt
434
Размери
140 x 216 x 19

Пълно описание

ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲାଣି ଦେଇ ଶେଷହୁଏ; କିନ୍ତୁ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସେ ସରେ ନାହିଁ । ଜୀବନ ସାରା ମଧୁର କ୍ଷତଟିଏ ପରି ସେ ମଣିଷ ସାଙ୍ଗରେ ରହିଯାଏ, ସ୍ମୃତିକୋଷରେ ସାଇତି ହୋଇ ରହିଯାଏ ସେଇ ସଂପର୍କର ସୂଚିପତ୍ର । କେବେ କେବେ ସେସବୁ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ, ଓଠ ତଟର କ୍ଷୀଣହସ ହୋଇ, କେବେ ପୁଣି ଛାତି ପଞ୍ଜରାର ପାହାଡ଼ ଖୋଲରେ ଦୀର୍ଘଶ୍ୱାସ ହୋଇ ।

କିଏ ଜଣେ କହିଥିଲେ, ପ୍ରେମରେ ବିଫଳତା ବୋଲି କିଛି ନାହିଁ । ବିଫଳ ପ୍ରେମ ସୁଦ୍ଧା ଲୁହଧୁଆ ମନଆକାଶରେ କରୁଣ କିରଣ ବୁଣିଦିଏ । ସେଇ କରୁଣ କିରଣ ସୃଷ୍ଟି କରିଦିଏ ବର୍ଣ୍ଣିଳ ଇନ୍ଦ୍ରଧନୁ । ଇନ୍ଦ୍ରଧନୁରୁ ଜନ୍ମ ନିଏ କାବ୍ୟକବିତା, ଚିତ୍ର ଓ ସ୍ଥାପତ୍ୟ ।

ପ୍ରେମର ପ୍ରଥମ ସର୍ତ୍ତ ହେଉଛି ତାହା ନିଃସର୍ତ୍ତ । ପୃଥିବୀର କୌଣସି ଯୁକ୍ତି, ଧରାବନ୍ଧା ଆଇନ ପ୍ରେମ ଆଗରେ ବାଟ ଓଗାଳି ଛିଡ଼ା ହୋଇପାରେ ନାହିଁ । ପ୍ରେମପାଇଁ ମଣିଷକୁ ପ୍ରଚୁର ମୂଲ୍ୟଦେବାକୁ ପଡ଼ିଛି - ଜୀବନ, ସଂପର୍କ, ସ୍ୱେଦ, ଶୋଣିତ, ସାଇତା ସଂପଦ ଓ ପ୍ରିୟ ପରିଧି । ସବୁ ସତ୍ତ୍ୱେ ପ୍ରେମ ବଞ୍ଚି ରହିଛି - ସାମାଜିକ ସ୍ୱୀକୃତି ମିଳୁ କି ନମିଳୁ, ଦାପ୍ତରିକ ସମ୍ମତି ଥାଉ ବା ନଥାଉ । ପ୍ରେମ ପାଇଁ କୌଣସି ପ୍ରତିବନ୍ଧକ ଅନତିକ୍ରମ୍ୟ ନୁହେଁ - ନା ଜାତି ନା ଜାତୀୟତା, ନା ଶାସ୍ତ୍ର ନା ଶାସ୍ତ୍ରୀୟତା । ସେଥିପାଇଁ କିଏ ପ୍ରେମର ପୃଥକ ପରିଭାଷା କରେ, ବ୍ୟାଧି ଓ ବିକୃତି, ଭୟଙ୍କର ପାଗଳପଣ । ସେଥିପାଇଁ ଗୀର୍ଜା, ଗୁରୁଦ୍ୱାର, ମନ୍ଦିର ଓ ମସ୍‌ଜିଦ୍‌ର ଦୁଆର ଆଉଜାଇ ନିଆଯାଏ, ସଜାଡ଼ି ରଖାଯାଏ ନିଆଁ ଓ ନାଗଫାଶ, ନାଲି ଆଖି ଦେଖାଏ ନୀତି ଓ ମୁକ୍ତିମଣ୍ଡପ । ମାତ୍ର ସବୁ ସତ୍ତ୍ୱେ ପ୍ରେମ ବଞ୍ଚିରହେ, ଝାଉଁଳି ଯାଇଥିବା ପ୍ରଣୟୀର ବୁକୁତଳେ ଲାଲ ଟୁକ୍‌ଟୁକ୍ ସତେଜ ଗୋଲାପଟେ ପରି, ସମଗ୍ର ପୃଥିବୀକୁ ଆଶୀର୍ବାଦ କରିବାର ମୁଦ୍ରାରେ ସଭିଙ୍କୁ ଶିହରିତ କରୁଥାଏ । ଲୁହର ପଙ୍କଗଡ଼ିଆ ଭିତରୁ ପଦ୍ମର ପବିତ୍ରତାରେ ସେ ଚହଟି ଉଠୁଥାଏ । ଏହିଭଳି ଅନୁଭବ ଉପହାର ଦେଉଥିବା ଅଠେଇଶଟି ଗଳ୍ପର ସଂକଳନ 'ଆମ ସମୟର କାହାଣୀ : ପ୍ରେମ'


Клиенти, които купиха тази книга, купиха също

45.78 89.54 лв

Occasionalismus

Dominik Perler
84.75 165.75 лв