Книга Ichhapatra Rozalini Mishra

Ichhapatra

Автор: Rozalini Mishra
Език: Одия
Корици: С меки корици
Издател: BLACK EAGLE BOOKS
Наличност: Външен склад
Изпращаме след 9-15 дни
14.21 27.79 лв
ରୋଜାଲିନି ମିଶ୍ରଙ୍କର ପ୍ରଥମ ଉପନ୍ୟାସ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଭଳି ବିସ୍ମୟକର। ଆଂଗିକ ଦୃଷ୍ଟିରୁ ଉପନ୍ୟାସଟିର ଗଠନ...

Информация за книгата

Автор
Език
Одия
Корици
Книга - С меки корици
Издадена
2025
страници
128
EAN
9781645607762
ISBN
1645607763
Enbook ID
50073979
Издател
Теглоt
172
Размери
140 x 216 x 7

Пълно описание

ରୋଜାଲିନି ମିଶ୍ରଙ୍କର ପ୍ରଥମ ଉପନ୍ୟାସ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଭଳି ବିସ୍ମୟକର। ଆଂଗିକ ଦୃଷ୍ଟିରୁ ଉପନ୍ୟାସଟିର ଗଠନ ଖୁବ୍ ନିର୍ଭୁଲ୍ ଓ ଏହା ସୁଖପାଠ୍ୟ ନିଶ୍ଚୟ। ଏ କାହାଣୀ ଆମ ପିଢ଼ିର ପାଠକମାନଙ୍କୁ ଧରି ରଖିବାର ସାମର୍ଥ୍ୟ ରଖେ। ରୋଜାଲିନିଙ୍କର ଲେଖକୀୟତାର କ୍ରମ ବିବର୍ତ୍ତନର ଏହା ଏକ ଅପୂର୍ବ ନିଦର୍ଶନ। ତାଙ୍କର ଗପସବୁ ଭଳି ଏ ଉପନ୍ୟାସ ବି ପ୍ରଚୁର ଆଦୃତି ପାଉ, ଏହା ହିଁ କାମନା। --ଡ. ହିରଣ୍ମୟୀ ମିଶ୍ର, ବରିଷ୍ଠ ସାହିତ୍ୟିକା

କଥାଶିଳ୍ପୀ ରୋଜାଲିନିଙ୍କ କଥାସମୂହର ଜୀବନ୍ମୟତା ହିଁ ତାଙ୍କ ଗପଗଢ଼ଣର ପ୍ରମୁଖ ଆକର୍ଷଣ। ସୂକ୍ଷ୍ମ ଚିନ୍ତନ ତଥା ମୁକ୍ତ ମନନରୁ ସୃଷ୍ଟ କଥାବସ୍ତୁ ଏକ ନିରୁତା ଭାବାବେଗ ଓ ନିଆରା ପ୍ରେମାନୁରାଗର ଛୁଆଁ ପାଇ ସରଳ, ସାବଲୀଳ ଗତିରେ ଗତିଶୀଳ ହୋଇ ଏକ ଅପୂର୍ବ ନାନ୍ଦନିକତାରେ ପାଠକମାନଙ୍କୁ ଅଭିଭୂତ କରେ। ଈଶ୍ୱର କରନ୍ତୁ - ରୋଜାଲିନିଙ୍କ ସର୍ଜନାର ପୃଥିବୀ ଆହୁରି ସବୁଜେଇଯାଉ, ଆହୁରି ପରିପୁଷ୍ଟ ହେଉ, ଆହୁରି ବ୍ୟାପ୍ତ ହେଉ। --ଡ. ମଞ୍ଜୁ ପଣ୍ଡା, କଥାକାର

ଉପନ୍ୟାସଟି ପଢିଲା ବେଳେ ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲେ ଆପେ ଆପେ। ପାଠକ ବାନ୍ଧି ହୋଇଯାଏ ବିଂଶ ଶତାବ୍ଦୀର ପଞ୍ଚମ / ଷଷ୍ଠ ଦଶକର ଗାଉଁଲି ଓଡ଼ିଆ ପରିବେଶରେ। ତତ୍କାଳୀନ ଭାବକୁ ବ୍ୟକ୍ତ କଲାଭଳି ଶବ୍ଦ ଗୁମ୍ଫନରେ ବେଶ୍ ପାରଙ୍ଗମ ଏବଂ ପରିପକ୍ୱ ଅଟନ୍ତି ରୋଜାଲିନି। ଉପନ୍ୟାସ ରଚନାରେ ପ୍ରଥମ ହେଲେ ବି ଏହା ଏକ ବଳିଷ୍ଠ ପ୍ରୟାସ। ବହିଟି ନିଶ୍ଚିତ ପାଠକାଦୃତି ପାଇବ ବୋଲି ବିଶ୍ୱାସ। --ଦୀପକ ମିଶ୍ର, ଲେଖକ

ଆମ ସମୃଦ୍ଧ ଓଡ଼ିଆ ସାହିତ୍ୟ ସରଣୀରେ ରୋଜାଲିନି ଜଣେ ନୂତନ ସମ୍ଭାବନା। ଆମର ହଜି ଯାଉଥିବା ଓଡ଼ିଆ ଶବ୍ଦ ଓ ପାରମ୍ପରିକ ଚଳଣିକୁ ନିଜ ଲେଖା ମାଧ୍ୟମରେ ପୁଣି ଥରେ ଉଜ୍ଜୀବିତ କରିବାର ତାଙ୍କର ଏ ପ୍ରୟାସ ମୋତେ ମୁଗ୍ଧ କରିଛି ସତରେ। ମୁଁ ଆଶା କରିବି ତାଙ୍କର ଏ ସାଧନା ଜାରି ରହୁ ଏବଂ ଆଗାମୀ ଦିନରେ ଆମକୁ ଆହୁରି ଚମତ୍କାର ସୃଷ୍ଟି ସବୁ ପଢ଼ିବାର ସୁଯୋଗ ମିଳୁ। ବହୁତ ବହୁତ ଆଶୀର୍ବାଦ। --କାର୍ତ୍ତିକ ସ୍ୱାଇଁ, ସାହିତ୍ୟିକ

Клиенти, които купиха тази книга, купиха също

Math Warm-Ups

Sheri Disbrow
21.64 42.33 лв
40.58 79.37 лв