Книга Swami Ramanujacharya Saumya Ranjan Das

Swami Ramanujacharya

Автор: Saumya Ranjan Das
Език: Одия
Корици: С меки корици
Издател: BLACK EAGLE BOOKS
Наличност: Външен склад
Изпращаме след 14-21 дни
14.15 27.68 лв
ସାଧାରଣ ମନୁଷ୍ୟ ସୀମିତ ଶକ୍ତି ଓ ସ୍ୱଳ୍ପ ଆୟୁଷର ଅଧିକାରୀ ହୋଇଥିବା ହେତୁ, ସେ ନିଜସ୍ୱ ବୁଦ୍ଧି ଓ ଉଦ୍ୟମ ଦ୍ୱାରା ଜଗତର...

Информация за книгата

Автор
Език
Одия
Корици
Книга - С меки корици
Издадена
2023
страници
136
EAN
9781645603450
ISBN
1645603458
Enbook ID
43228462
Издател
Теглоt
182
Размери
140 x 216 x 8

Пълно описание

ସାଧାରଣ ମନୁଷ୍ୟ ସୀମିତ ଶକ୍ତି ଓ ସ୍ୱଳ୍ପ ଆୟୁଷର ଅଧିକାରୀ ହୋଇଥିବା ହେତୁ, ସେ ନିଜସ୍ୱ ବୁଦ୍ଧି ଓ ଉଦ୍ୟମ ଦ୍ୱାରା ଜଗତର ସ୍ରଷ୍ଟା ପରମତତ୍ତ୍ୱଙ୍କୁ ନିରୂପଣ କରିପାରିବା ଅତି କଷ୍ଟସାଧ୍ୟ ଅଟେ । ପରତତ୍ତ୍ୱଙ୍କ ବିଷୟରେ ଜାଣିବାକୁ ହେଲେ, ପରତତ୍ତ୍ୱଦର୍ଶୀ ମହାମାନବ ମାନଙ୍କ ଦ୍ୱାରା ପ୍ରଦତ୍ତ ଭଗବଦ୍ ଜ୍ଞାନର ଆଶ୍ରୟ ନେବା ହିଁ ଉତ୍ତମ ପନ୍ଥା ଅଟେ । ସେହିପରି ମହାପୁରୁଷ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଜଗତଗୁରୁ ସ୍ୱାମୀ ରାମାନୁଜାଚାର୍ଯ୍ୟ ଭାରତବର୍ଷରେ ଜଣେ ମହାନ୍ ଦାର୍ଶନିକ ତଥା 'ଶ୍ରୀ ସଂପ୍ରଦାୟ'ର ଜଣେ ବିଶିଷ୍ଟ ଆଚାର୍ଯ୍ୟ ରୂପେ ସୁପ୍ରସିଦ୍ଧ । ତାଙ୍କର ଅନେକ ନାମମାନଙ୍କ ମଧ୍ୟରେ ରାମାନୁଜ, ୟତିରାଜ ଓ ଭାଷ୍ୟକାର ଆଦି ନାମରେ ସେ ଜନମାନସରେ ଖ୍ୟାତିଲାଭ କରିଛନ୍ତି । ବିଶେଷ ମାନ୍ୟତା ଅଛି ଯେ, ବୈକୁଣ୍ଠ ଅଧିପତି ଶ୍ରୀ ନାରାୟଣଙ୍କ ଅନ୍ତରଙ୍ଗ ପାର୍ଷଦ ଅନନ୍ତଶେଷ ହିଁ କଳିଯୁଗର ମନୁଷ୍ୟସମାଜକୁ ଭଗବଦ୍ ଶରଣାଗତିର ପଥ ପ୍ରଦର୍ଶନ କରିବାପାଇଁ ରାମାନୁଜଙ୍କ ରୂପରେ ଅବତାର ଗ୍ରହଣ କରିଥିଲେ । ସ୍ୱୟଂ ଭଗବାନ ନାରାୟଣ କଳିଯୁଗର ମନୁଷ୍ୟମାନଙ୍କ ଉଦ୍ଧାର ନିମନ୍ତେ ଶ୍ରୀବୈଷ୍ଣବ ସଂପ୍ରଦାୟର ଆରମ୍ଭ କରିଥିଲେ । ଭଗବତୀ ମହାଲକ୍ଷ୍ମୀ ଏହି ସଂପ୍ରଦାୟର ଦ୍ୱିତୀୟ ଗୁରୁ ଅଟନ୍ତି । ତାଙ୍କରି ମହିମା ଧାରଣ କରିଥିବାରୁ, ଏହି ଗୁରୁ ପରମ୍ପରା ଶ୍ରୀ ସଂପ୍ରଦାୟ ନାମରେ ସୁପରିଚିତ । ମାତା ମହାଲକ୍ଷ୍ମୀଙ୍କ ଠାରୁ ଏହି ଶରଣାଗତି ଜ୍ଞାନ ବୈକୁଣ୍ଠଧାମର ସେନାଧ୍ୟକ୍ଷ ବିଶ୍ୱକ୍ସେନ ଗ୍ରହଣ କରିଥିଲେ । ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଶଠକୋପ ମୁନି ବିଶ୍ୱକ୍ସେନଙ୍କ ଠାରୁ ଏହାକୁ ଲାଭ କରିଥିଲେ ଏବଂ ତାଙ୍କରି ଉଦ୍ୟମରେ ଏହି 'ଶ୍ରୀ ସଂପ୍ରଦାୟ' ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସିଛି । ସ୍ୱାମୀ ରାମାନୁଜ ଏହି ସଂପ୍ରଦାୟର ପ୍ରମୁଖ ଆଚାର୍ଯ୍ୟ ରୂପରେ ପରିଗଣିତ । ସହସ୍ର ସହସ୍ର ନରନାରୀ ରାମାନୁଜଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶରଣାଗତି ମାର୍ଗକୁ ଆପଣାଇ ନେଇଥିଲେ ଏବଂ ନିଜର ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିଥିଲେ ।

Клиенти, които купиха тази книга, купиха също

52.13 101.96 лв
15.16 29.64 лв
52.13 101.96 лв

Harold

Arthur Gray Butler
20.21 39.53 лв

Shiv Puran

Dr Vinay
14.15 27.68 лв

Saltburn

Various Artists
25.61 50.09 лв